୨
ରକିଆ କାରି ଜିସୁ
୧ ଏ ମର୍ ପିଲାଟକି ପାରା ଅଇରଇବା ଲକ୍ମନ୍, ତମ୍କେ ମୁଇ ଏଟା ଲେକ୍ଲିନି । ଜେନ୍ତିକି ତମେ ପାପ୍ ନ କରାସ୍ । ମାତର୍ କେ ଜଦି ପାପ୍ କଲେ ଆମର୍ ବାବା ପର୍ମେସରର୍ ମୁଆଟେ ଟିଆଅଇରଇବା ଗଟେକ୍ ଲକ୍ ଆମର୍ ପାଇ ଗୁଆରି କଲାନି । ସେ ଅଇଲାନି ଜିସୁକିରିସ୍ଟ । ପର୍ମେସର୍ ଦେକ୍ବା ଇସାବେ ସେ ପୁରାପୁରୁନ୍ ସତ୍ଆଚେ ।
୨ ଆମର୍ ବୁଲ୍ କାମର୍ପାଇ ଆମର୍ ବାଦୁଲେ ପର୍ମେସର୍ ଜିସୁକେ ଡଣ୍ଡ୍ ଦେଲା । ତାର୍ଲାଗି ଅବ୍କା ଆମର୍ ପାପ୍ସେ ନଏଁ ମାତର୍ ଗୁଲାଇଟାନେ ରଇବା ସବୁଲକର୍ ପାପ୍ ସେ କେମା କର୍ସି ।
୩ ଆମେ ତାକେ ଜାନ୍ବା ଲକ୍ ଅଇଲୁଆଚୁ । ଜଦି ଆମେ ତାର୍ ତିଆର୍ଲାଟା ମାନ୍ଲୁନି, ଏଟା ଡାଁଟ୍ସଙ୍ଗ୍ ଜାନ୍ଲୁନି ।
୪ କେ ଜଦି ମୁଇ ପର୍ମେସର୍କେ ଜାନିଆଚିବଲି କଇକରି, ତାର୍ ତିଆର୍ଲାଟା ନ ମାନେ, ସେ ମିଚ୍ କଇଲାନି ଆରି ସେ ସତ୍ ବିସଇମନ୍ ନାଜାନେ ।
୫ ମାତର୍ ଜେ ଜଦି ତାର୍ ବାକିଅ ମାନ୍ସି, ସେନ୍ତାର୍ ଆଲେ ପର୍ମେସରର୍ପାଇ ରଇବା ତାର୍ ଆଲାଦ୍ ସତଇସେ ପୁରାପୁରୁନ୍ ସିଦ୍ ଅଇଆଚେ । ଆମେ ପର୍ମେସରର୍ ସଙ୍ଗ୍ ମିସ୍ଲୁଆଚୁ ବଲି ଦେକାଇବା ବିସଇ ।
୬ କେ ଜଦି ପର୍ମେସରର୍ ସଙ୍ଗ୍ ମିସିଆଚି ବଲି କଇଲେ, ଜିସୁର୍ ଚଲାଚଲ୍ତି ପାରା ଚଲ୍ବାର୍ଆଚେ ।
ନୁଆଁ ଆଗିଆ
୭ ଏ ମର୍ ଆଲାଦର୍ ମଇତର୍ମନ୍, ମୁଇଁ ତମର୍ ଲଗେ କାଇମିସା ନୁଆ ଆଦେସ୍ ଲେକିନାଇ । ତମେ ଜିସୁର୍ ସଙ୍ଗ୍ ଜିବାକେ ଆରାମ୍ କଲାବେଲେଅନି, ଏ ସମାନ୍ ଆଦେସ୍ ତମେ ଜାନିଆଚାସ୍ । ସେ ପୁର୍ନା ଆଦେସ୍ ସୁନି ସାରାଇଆଚାସ୍ ।
୮ ମାତର୍ ଏଟା ଗଟେକ୍ ନୁଆ ଆଦେସ୍ ପାରା ମିସା ଆଚେ । କାଇକେବଇଲେ ତେଇର୍ ସତ୍ ବିସଇ କିରିସ୍ଟ ଲଗେ ଆରି ତମର୍ ଲଗେ ଡିସ୍ଲାନି । ଆନ୍ଦାର୍ ଉଟିଗାଲାନି, ଆରି ସତ୍ ଉଜଲ୍ ଡିସ୍ଲାନି ।
୯ ଜଦି କେ ମିସା ପର୍ମେସରର୍ ଉଜଲ୍ ଆରି ସୁକଲ୍ ଇସାବେ ଚଲାଚଲ୍ତି କଲିନି ବଲି କଇକରି ତାର୍ ସଙ୍ଗ୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ସେ ଏବେଜାକ ଆନ୍ଦାରେସେ ରଇଲାନି ।
୧୦ ଜନ୍ ଲକ୍ମନ୍ ତାକର୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସୁକଲ୍ ଇସାବେ ଚଲାଚଲ୍ତି କଲାଇନି । ସେମନର୍ ଜିବନେ ବିନ୍ ଲକ୍ମନ୍କେ ପାପ୍ କରାଇବା କାଇ ବିସଇ ନାଇ ।
୧୧ ମାତର୍ ଜେ ମିସା ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କଲେ, ସେ ଆନ୍ଦାରେ ଆଚେ । ସେ ବୁଲ୍ ଟିକ୍ ନାଜାନିକରି ଚଲାଚଲ୍ତି କଲାନି । ସେ କନ୍ତି ଗାଲାନି ସେଟା ନାଜାନେ । କାଇକେବଇଲେ ସେ ଆନ୍ଦାର୍ ତାର୍ ଆକିକେ କାଣା କରିଆଚେ ।
୧୨ ଏ ଆଲାଦର୍ ପିଲାମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ କିରିସ୍ଟର୍ ଲାଗି ତମର୍ ପାପ୍ କେମା ଅଇଲାଆଚେ ।
୧୩ ଏ ବଡ୍ଲକ୍ମନ୍, ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ କିରିସ୍ଟକେ ଜାନିଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାଦାଙ୍ଗ୍ଡିମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ସବୁ କାରାପ୍ କାମ୍ କରାଇବା ସଇତାନ୍କେ ତମେ ଆରାଇଆଚାସ୍ ।
୧୪ ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ ବାବା ପର୍ମେସର୍କେ ଜାନିଆଚାସ୍ । ଏ ବଡ୍ ଲକ୍ମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ କିରିସ୍ଟକେ ଜାନ୍ବା ଲକ୍ ଅଇଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାମନ୍ ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ ବିସ୍ବାସେ ଡାଟ୍ ଅଇଆଚାସ୍ । ପର୍ମେସରର୍ ବାକିଅ ସବୁବେଲେ ତମର୍ ମନେ ଆଚେ । ଆରି ସବୁ ରକାମ୍ ପାପ୍ କାମ୍ କରାଇବା ସଇତାନ୍କେ ଆରାଇଆଚାସ୍ ।
ଜଗତ୍କେ ଆଲାଦ୍ କରାନାଇ
୧୫ ମୁଇ ତମ୍କେ କଇଲିନି ଏ ଜଗତର୍ ଚଲାଚଲ୍ତି ଆରି ତେଇରଇବା ସବୁ କାରାପ୍ ବିସଇ ଆଲାଦ୍ କରାନାଇ । କାଇକେବଇଲେ ଏ ଜଗତର୍ କାରାପ୍ ବିସଇର୍ ଆଲାଦ୍ କରି, ବାବା ପର୍ମେସର୍କେ ମିସା ଆଲାଦ୍ କରିନାପାରେ ।
୧୬ ସେ କାରାପ୍ ଚଲାଚଲ୍ତି ତେଇ ଲକ୍ମନ୍ ଜାଇଟା ମନ୍ କର୍ବାଇ, ଲକ୍ମନ୍ ଦେକିକରି ଲାଲ୍ସା ଅଇବାଟା, ସବୁ ବିସଇ ରଇଲାର୍ପାଇ ବଡ୍ପନ୍ ଅଇବାଟା ଏ ସବୁ ରଇସି । ଏ ରକାମ୍ ଚଲାଚଲ୍ତି ଏ କାରାପ୍ ଜଗତର୍ ଲାଗି ଅଇଲାଆଚେ । ଆମର୍ ବାବା ପର୍ମେସର୍ ଏନ୍ତାରି କର୍ବାକେ ଆମ୍କେ ତିଆରେନାଇ ।
୧୭ ଏ କାରାପ୍ ଜଗତ୍ ଆରି ତେଇର୍ ସବୁ ରକାମ୍ ଚଲାଚଲ୍ତି ଦାପ୍ରେ ଉଟିଜାଇସି । ମାତର୍ ଜେ ପର୍ମେସର୍କେ ମାନ୍ସି, ସେ ନ ସାର୍ବା ଜିବନ୍ ପାଇସି ।
କିରିସ୍ଟର୍ ସତ୍ରୁ
୧୮ ଏ ପିଲାଟକିମନ୍, ଏ ଦିନ୍ମନ୍ ଏ ଜଗତର୍ ସାରାସାରି ଦିନ୍ । କିରିସ୍ଟକେ ବିରଦ୍ କର୍ବା ଗଟେକ୍ ଡାକ୍ପୁଟା ଲକ୍ ବାରଇସି ବଲି ଆମେ ତମ୍କେ କଇରଇଲୁ, ସେଟା ମନେ ପାକାଆ । ଏବେମିସା କିରିସ୍ଟକେ ବିରଦ୍ କର୍ବାଟାମନ୍ ଜବର୍ ଉଟ୍ଲାଇ ଆଚତ୍ । ସେଟାର୍ଲାଗି ଏ ଜଗତର୍ ସାରାସାରି ଦିନ୍ ଲଗେ ଅଇଲା ବଲି ଆମେ ଜାନ୍ଲୁନି ।
୧୯ ଏ ବିରଦ୍ କର୍ବାଟାମନ୍ ଆମର୍ ସଙ୍ଗ୍ ମିସିବିଡି ରଇଲାଇ । ଆରି ଏବେ ସେମନ୍ ଚାଡିଦେଲାଇ । ସେମନ୍ କେବେ ମିସା ଆମର୍ ମିସାବିଡାଟାନେ ମିସତ୍ନାଇ । ଜଦି ସେମନ୍ ସତଇସେ ଆମର୍ ସଙ୍ଗର୍ ବିସ୍ବାସି ଅଇରଇଲେ, ଆମର୍ ସଙ୍ଗ୍ ରଇତାଇ । ମାତର୍ ସେମନ୍ ଚାଡ୍ଲାର୍ପାଇ ଆମର୍ ଦଲର୍ ଲକ୍ ନଅତ୍ ବଲି ଜାନାପଡ୍ଲା ।
୨୦ ମାତର୍ କିରିସ୍ଟ ତମ୍କେ ସୁକଲ୍ ଆତ୍ମା ଦେଲାଆଚେ ।
୨୧ ତମେ ସତ୍ ନାଜାନାସ୍ ବଲିକରି ମୁଇ ତମ୍କେ ଲେକ୍ଲିନି, ସେନ୍ତାରି ନଏଁ । ମାତର୍ ସେଟା ତମେ ନିକ ସଙ୍ଗ୍ ଜାନାସ୍ । ଆରି ସତ୍ ସିକିଆ ସଙ୍ଗ୍ ବୁଲ୍ ସିକିଆ କେବେ ନ ମିସେ ।
୨୨ ତେବେ କେ ମିଚ୍ କଇଲାଇନି ? ଜିସୁକେ ମସିଅ ନଏଁ ବଲି ଜେ କଇଲାନି, ସେ ଆକା ସବୁର୍ଟାନେଅନି ବଡ୍ ମିଚୁଆ । ସେନ୍ତାରି ଲକ୍ମନ୍ କିରିସ୍ଟର୍ ବିରଦି ଲକ୍ମନ୍ । ସେମନ୍ ଉଜେ ବାବା ପର୍ମେସର୍କେ ଆରି ତାର୍ ପଅ ଜିସୁ କିରିସ୍ଟକେ ନାମତ୍ନାଇ ।
୨୩ ଜେ ଜଦି ପର୍ମେସରର୍ ପଅକେ ନାମେ ନାଇ, ସେ ବାବା ପର୍ମେସର୍କେ ମିସା ନାମେ ନାଇ, ଜେ ପର୍ମେସରର୍ ପଅକେ ନାମ୍ସି, ସେ ବାବା ପର୍ମେସର୍କେ ମିସା ନାମ୍ସି ।
୨୪ ତମେ କିରିସ୍ଟର୍ ସଙ୍ଗ୍ ଜିବାକେ ଆରାମ୍ ଅଇଲାତେଇଅନି ଜନ୍ କବର୍ ସୁନିଆଚାସ୍, ସେଟା ସବୁବେଲେ ମନେ ପାକାଆ । ଜଦି ସେ କବର୍ ତମର୍ ମନେ ରଇସି, ସେନ୍ତାର୍ଆଲେ ତମେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅର୍ ସଙ୍ଗ୍ ମିସିକରି ରଇସା ।
୨୫ କିରିସ୍ଟ ନିଜେ ଆମ୍କେ ନ ସାର୍ବା ଜିବନ୍ ଦେବି ବଲି କାତାଦେଇଆଚେ ।
୨୬ ଜନ୍ ଲକ୍ମନ୍ ତମ୍କେ ସୁବ୍କବର୍ ଜାନାଇଲୁନି ବଲି ବୁଲ୍ ସିକିଆ ଦେଇ ତମ୍କେ ନାଡାଇବାକେ ଚେସ୍ଟା କଲାଇନି, ସେମନର୍ ବିସଇ ଜାନାଇବାକେ ଏ ସବୁ ବିସଇ ମୁଇ ତମ୍କେ ଲେକ୍ଲିନି ।
୨୭ ମାତର୍ ତମେ ନାଡାଇ ନ ଉଆସ୍ । କାଇକେବଇଲେ କିରିସ୍ଟ ତାର୍ ସୁକଲ୍ଆତ୍ମା ତମ୍କେ ଦେଇଆଚେ । ସେ ସୁକଲ୍ଆତ୍ମା ଏବେ ମିସା ତମର୍ ବିତ୍ରେ ଆଚେ । ତେବର୍ପାଇ କେ ମିସା ବିନ୍ ଲକ୍ ତମ୍କେ ସିକାଇବାକେ ଲଡାନାଇ । ସୁକଲ୍ଆତ୍ମା ତମ୍କେ ସବୁ ବିସଇର୍ ସତ୍ ସିକାଇସି । ତେଇ ସେ ଜନ୍ଟା ସିକାଇସି, ସେଟା ପୁରାପୁରୁନ୍ ସତ୍ । ତେଇ କାଇ ବୁଲ୍ ବିସଇ ନ ରଏ । ତେବର୍ପାଇ ମୁଇ ତମ୍କେ କଇଲିନି, କିରିସ୍ଟର୍ ସଙ୍ଗ୍ ମିସିରୁଆ ।
୨୮ ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଆରିତରେକ୍ କଇଲିନି କିରିସ୍ଟର୍ ସଙ୍ଗ୍ ମିସିକରି ରୁଆ । ଜେନ୍ତାରି କି ସେ ଆରିତରେକ୍ ଏ ଜଗତେ ବାଉଡିଆଇଲାବେଲେ ତାକେ ବେଟ୍ ଅଇବାକେ ତାକେ ନ ଡରୁ କି ଲାଜ୍ ମିସା ନ ଉଆସ୍ ।
୨୯ ଆମେ ଜାନିଆଚୁ, କିରିସ୍ଟ ଅନିଆଇ କାମ୍ ନ କରେ । ଏଟାମିସା ଜାନିଆଚୁ, ଜନ୍ଲକ୍ମନ୍ ସତ୍ କାମ୍ କର୍ବାଇ, ସେମନ୍ ପର୍ମେସରର୍ ପିଲାଟକି ।